Mo Prabhu – Kartik Lyrics
ମୋ ଆତ୍ମା ଦୁନିଆରେ ପ୍ରଭୁ
ମୋ ମନ ସିଲଟରେ ପ୍ରଭୁ।
ମୋ ହସର କାରଣ ପ୍ରଭୁ
ମୋ ଦୁଃଖର ସାଥୀ ତୁମେ ପ୍ରଭୁ।
ଯେତେ ବାଧା ଆସେ ଏଇ ଜୀବନରେ
ଅନ୍ଧକାର ଛାଏ ଯେବେ ମୋ ମନରେ
ସବୁ ଆଶା ମୋ ଦୂରେଇ ଯାଏ…
ମୋ ପ୍ରଭୁ କଥା ମନେ ପଡେ।
ମୋ ପ୍ରଭୁ କଥା ମନେ ପଡେ।
ମିଛ ଭରା ଏଇ ଦୁନିଆରେ ପ୍ରଭୁ
ତୁମେ ହିଁ ମୋର ବିଶ୍ବାସ।
କଣ୍ଟା ଭରା ଏଇ ଜୀବନରେ ପ୍ରଭୁ
ତୁମେ ହିଁ ଶାନ୍ତିର ପ୍ରତୀକ।
ସଫଳତା ନଥିବ ଯଦି ମୋ ଭାଗ୍ୟରେ
ନିରାଶା ଛାଇ ଯାଏ ଯେବେ ହୃଦୟରେ
ଦୁନିଆ ଦେଖି ହସୁଥାଏ…
ମୋ ପ୍ରଭୁ କଥା ମନେ ପଡେ।
ମୋ ପ୍ରଭୁ କଥା ମନେ ପଡେ।
ନାହିଁ କେହି ମୋର ଆଗ ପଛ ପ୍ରଭୁ
ନାହିଁ କେହି ମୋ ସାଥିରେ।
ଛାଡ଼ିବନି କେବେ କଥା ଦିଅ ପ୍ରଭୁ
ଦେଖି ମତେ ସଙ୍କଟରେ।
ଥକି ପଡ଼ିଲାଣି ମୁଁ ଅଧା ବାଟରେ
ଚାଲୁଛି ଆଗକୁ ତୁମ ଭରସାରେ
ପାଦ ଯଦି ଖସି ଯାଏ…
ମୋ ପ୍ରଭୁ କଥା ମନେ ପଡେ।
ମୋ ପ୍ରଭୁ କଥା ମନେ ପଡେ।
ଜୀବନ କଟିଛି ଆଖିର ଲୁହରେ
ଦିନ ରାତି ବାରମାସ।
ଛୋଟ ହସଟିଏ ଥାଉ ମୋ ମୁହଁରେ
ଶେଷ ହେଲେ ଏ ଆୟୁଷ।
ଲୋଡା ନାହିଁ ପ୍ରଭୁ ଧନ ରତ୍ନ ହୀରା
ଅଶାନ୍ତ ଦୁନିଆ ମୋହ ମାୟା ଭରା
ଏତିକି କରୁଣା ହେଉ…
ମୋ ପ୍ରଭୁ ନାମ ତୁଣ୍ଡେ ଥାଉ।
ମୋ ପ୍ରଭୁ ନାମ ତୁଣ୍ଡେ ଥାଉ।
ମୋ ଆତ୍ମା ଦୁନିଆରେ ପ୍ରଭୁ
ମୋ ମନ ସିଲଟରେ ପ୍ରଭୁ।
ମୋ ହସର କାରଣ ପ୍ରଭୁ
ମୋ ଦୁଃଖର ସାଥୀ ତୁମେ ପ୍ରଭୁ।
Mo Prabhu, de Kartik, é faixa do álbum Mo Prabhu, lançada em 3 de julho de 2026; canção devocional sobre fé e consolo.










